Bahuda Dasa
Indian Odia-language writer

Bahuda Dasa

The basics
Quick facts
Intro
Indian Odia-language writer
Gender:
Male
Places:
Birth:
1750(Khandol, Cuttack district, Central division, India)
Death:
1842(Khamar, Angul district, Northern division, India)
Biography menu
Menu

Jump to

Introduction ପ୍ରାରମ୍ଭିକ ଜୀବନ ଦୀକ୍ଷା ଓ ତନ୍ତ୍ରସାଧନା ସାହିତ୍ୟ ରଚନା ମୃତ୍ୟୁ ଆଧାର
The details
Biography

Introduction

ବାହୁଡ଼ା ଦାସ, ବାହୁଡ଼ା ଗୋସାଇଁ ନାମରେ ମଧ୍ୟ ଜଣା, (୧୭୫୦– ୧୮୪୨) ଜଣେ ଭାରତୀୟ ତନ୍ତ୍ର ସାଧକ ଥିଲେ । ତାଙ୍କ ରଚନାରେ ଭବିଷ୍ୟତ ଗଣନା ବଦଳରେ ରୋଗ ଭଲ କରିବା ଓ ଶରୀରଭେଦ ରଚନା ଦେଖିବାକୁ ମିଳେ ।

ପ୍ରାରମ୍ଭିକ ଜୀବନ

ବାହୁଡ଼ା ଦାସଙ୍କ ଜନ୍ମ ଆଧୁନିକ କଟକ ଜିଲ୍ଲା ଅନ୍ତର୍ଗତ ଖନ୍ଦୋଳ ଗାଁର ଏକ ଭୋଇ ପରିବାରରେ ୧୭୫୦ ମସିହା ବାହୁଡ଼ା ଦଶମୀରେ ହୋଇଥିଲା । ତାହା ଥିଲା ମୋଗଲ ଶାସନ ହଟିବା ଓ ଇଂରେଜ ଶାସନ ଆରମ୍ଭ କାଳ । ବାହୁଡ଼ାଙ୍କ ବାପାଙ୍କ ନାମ ଧର୍ମୁ କାଣ୍ଡି ଓ ମାଆଙ୍କ ନାମ ଗୁରୁବାରୀ । ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା କାଳରେ ସମ୍ଭବତଃ ଜନ୍ମ ପାଇଁ ତାଙ୍କ ତାଙ୍କ ବାପା ମା ତାଙ୍କ ନାମ "ବାହୁଡ଼ା" ଦେଇଥିଲେ ବୋଲି ଲେଖକ ବିଜୟ କୁମାର ମହାନ୍ତି ଉଲ୍ଲେଖ କରିଛନ୍ତି । ତାଙ୍କ ବାପାଙ୍କ ଦୀକ୍ଷାଗୁରୁ ଥିଲେ ମହିଧରପଡ଼ା ନିକଟ ଖଣ୍ଡାଗରର ଯୋଗୀ ଦାସ । ସର୍ପଦଂଶନର ଉପଚାର ଲାଗି ଧର୍ମୁ ଓ ଗୁରୁବାରୀ ପୁଅ ବାହୁଡ଼ାଙ୍କୁ ଯୋଗୀ ଦାସଙ୍କ ମଠକୁ ନେଇଥିଲେ ।

ଦୀକ୍ଷା ଓ ତନ୍ତ୍ରସାଧନା

ଯୋଗୀ ଦାସ ବାହୁଡ଼ାଙ୍କୁ ଭେଟିବା ପରେ ତାଙ୍କୁ ଶିଷ୍ୟ କରିନେଇଥିଲେ ଓ ଦୀକ୍ଷା ପ୍ରଦାନ କରିଥିଲେ । ଯୋଗୀଙ୍କଠାରୁ ସେ ଅଷ୍ଟାଙ୍ଗ ଯୋଗ, ଷଡଚକ୍ର ସାଧନ, ଧ୍ୟାନ,ଲୟ, ତ୍ରାଟକ, ଆସନ, ମୁଦ୍ରା ଆଦି ଶିଖିଥିଲେ । ବାହୁଡ଼ା ଖଲୋର ଖମାରସ୍ଥିତ କୁଶକଣ୍ଟା ମଠରେ ରହି ତନ୍ତ୍ରସାଧନା କରୁଥିଲେ । ଏହି ମଠ ଭିଙ୍ଗାରପୁର ଚଉଧୁରୀ ଓ ଅରଡ଼ିଆପଦା ଜମିଦାର ଦେଇଥିବା ଜମିରେ ତିଆରି ହୋଇଥିଲା । ଯୋଗୀ ଦାସ ବହୁ ସମୟ ଆସି ଏଠାରେ ରହୁଥିଲେ ଓ ଏହି ମଠରେ ତାଙ୍କର ଦେହାନ୍ତ ଅନ୍ତେ ବାହୁଡ଼ା ଦାସ ସମାଧିଟିଏ ତିଆରି କରାଇଥିଲେ । ମଠରେ ଜାତିପ୍ରଥା ଓ ଭେଦଭାବର ପ୍ରଚଳନ ନଥିଲା ଓ ସେଠାରେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଆସୁଥିଲେ । ତାଙ୍କ ତନ୍ତ୍ରସାଧନା କାଳେ ଓଡ଼ିଶାରେ ଭକ୍ତି ଆନ୍ଦୋଳନର ବିକାଶଲାଭ କରିବା ଆରମ୍ଭ କରିଥିଲା ।

ସାହିତ୍ୟ ରଚନା

ବାହୁଡ଼ା ଦାସ ଭୋଇ ବଂଶ ସଂହିତା ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ବୈଷ୍ଣବ ଚରଣ ସାମଲ ତାଙ୍କର ରଚନାବଳୀକୁ ଏକାଠି କରି ସନ୍ଥକବି ବାହୁଡ଼ା ଦାସ ରଚନାବଳୀ ନାମକ ଗ୍ରନ୍ଥ ପ୍ରକାଶ କରିଥିଲେ । ଖଞ୍ଜଣି ଭଞ୍ଜନ ଓ ଲୋକମୁଖରେ ଜଣା ଗୀତ "ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ ।" ତାଙ୍କର ପ୍ରମୁଖ ରଚନା ମଧ୍ୟରୁ ଅନ୍ୟତମ ।

ମୃତ୍ୟୁ

୧୮୪୨ ମସିହା ଦେବଦୀପାବଳି ତିଥିରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର

  1. ମହାନ୍ତି, ବିଜୟ କୁମାର (ମଇ ୨୦୧୯). "ମହାପୁରୁଷ ବାହୁଡ଼ା ଦାସ" (PDF). ରେବତୀ (ପତ୍ରିକା). Retrieved 2024-02-22.