

Introduction
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦) ଓଡ଼ିଆ ନାଟକ , ଆକାଶବାଣୀ,ଦୂରଦର୍ଶନ ଓକଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପିଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି । ୨୦୦୮ରେ ତାଙ୍କ ସଂକଳିତ "ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଏକ ଜ୍ଞାନକୋଷ ।
୩୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିବା ଭୀମ ସିଂ, ୧୩ ବର୍ଷ ବୟସରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।ତାଙ୍କ ଅଭିନୀତ କିଛି ଓଡ଼ିଆ ସିନେମା ହେଲାମଲାଜହ୍ନ, ମାଟିର ମଣିଷ, କିଏ କାହାର, ବନ୍ଧନ, ଧରିତ୍ରୀ,କୃଷ୍ଣ ସୁଦାମା, ମନ ଆକାଶ, ବନ୍ଧୁ ମହାନ୍ତି, ରଘୁ ଅରକ୍ଷିତ, ନିର୍ବାଚନ, ଭାଗ୍ୟ ହାତେ ଡୋରି, ଜୀବନସାଥୀ ଓ ସତ କହିବାକୁ କିଆଁ ଡରିବି ।
ଆଧାର
ଅଧିକ ତଥ୍ୟ
- ଭୀମ ସିଂ (ଇଣ୍ଟରନେଟ ମୁଭି ଡାଟାବେସରେ)