The basics
Quick facts
Intro
Composer
Gender:
Male
Places:
Work field:
Birth:
7 March 1956(Cuttack, India)
Death:
7 April 2019(Shri Ramachandra Bhanj Medical College, India)
Star sign:
Education:
Ravenshaw Collegiate School
Biography menu
Menu

Jump to

Introduction ଜୀବନୀ ମୃତ୍ୟୁ ଆଧାର ଅଧିକ ତଥ୍ୟ
The details
Biography

Introduction

ବାସୁଦେବ ରଥ (୭ ମାର୍ଚ୍ଚ ୧୯୫୬ - ୭ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ । ୧୯୭୮ରେ ମୁକ୍ତିଲାଭ କରିଥିବା ସାକ୍ଷୀ ଗୋପୀନାଥ ଚଳଚ୍ଚିତ୍ରରୁ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିବା ବାସୁଦେବ, ଏଯାବତ୧୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୮୩ଟି ଗୀତିନାଟ୍ୟ ତଥା ୧୨ ହଜାରରୁ ଅଧିକ ଗ୍ରାମୋଫୋନ ରେକର୍ଡ଼ ସହିତ ବେତାର, ଦୂରଦର୍ଶନ ପାଇଁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ।

ଜୀବନୀ

ରେଭେନ୍‌ସା କଲିଜିଏଟ ସ୍କୁଲରେ ବାସୁଦେବ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ପରବର୍ତ୍ତୀ ସ୍କୁଲ ପାଠ ସେ ମାମୁଁଘର ଗାଁ ବୀରହରେକୃଷ୍ଣପୁରଠାରେ ସମାପ୍ତ କରିଥିଲେ । ହାଇସ୍କୁଲ ବେଳରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ବିଭିନ୍ନ ବାଦ୍ୟଯନ୍ତ୍ର କିଣି ନିଜେ ବଜେଇ ଶିଖିବା ସହ, ଗୁରୁ ସୁଧାକରଙ୍କଠାରୁ ତବଲା ବାଦନ ଶିକ୍ଷାକରିଥିଲେ । ସଙ୍ଗୀତ ଶିକ୍ଷାକୁ ପିତା ସୋମନାଥ ରଥ ବିରୋଧ କରୁଥିଲେ ମଧ୍ୟ, ସେ ନିଜ ସଙ୍ଗୀତ ସାଧନାରୁ ବିଚ୍ୟୁତ ହୋଇନଥିଲେ । "ବାସୁଦେବ ରଥ ଆଣ୍ଡ ପାର୍ଟି" ନାମରେ ସେ ଏକ ଅର୍କେଷ୍ଟ୍ରା ଦଳ ଗଢିଥିଲେ । କଟକର ଛତ୍ରବଜାରରୁ ଏହି ଅର୍କେଷ୍ଟ୍ରାଦଳ ସଙ୍ଗୀତ ପରିବେଷଣ ଆରମ୍ଭ କରି, ପରେ କଟକ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରୁଥିଲେ । ୧୯୭୫ ମସିହାରେ ସାକ୍ଷୀ ଗୋପୀନାଥ କଥାଚିତ୍ରରେ ତାଙ୍କୁ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା ।

ମୃତ୍ୟୁ

୨୦୧୯ ମସିହାର ଅପ୍ରେଲ ମାସ ୭ ତାରିଖରେ ବାସୁଦେବ ରଥଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଅସୁସ୍ଥ ଥିଲେ ଏବଂ କଟକର ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍ପାତାଳରେ ତାଙ୍କର ଚିକିତ୍ସା ଚାଲିଥିଲା ।

ଆଧାର

ଅଧିକ ତଥ୍ୟ