The basics
Quick facts
Intro
Odia actress
A.K.A.
Abhipsa Panda
Gender:
Female
Places:
Birth:
8 February 1995
Star sign:
Biography menu
Menu

Jump to

Introduction ପ୍ରାରମ୍ଭିକ ଜୀବନ କଥାଚିତ୍ର ଜୀବନ ଅଭିନୀତ ଓଡ଼ିଆ କଥାଚିତ୍ର ଆଧାର ବାହାର ଆଧାର
The details
Biography

Introduction

ଅଭିପ୍ସା ପଣ୍ଡା (ଜନ୍ମ: ୮ ଫେବୃଆରୀ ୧୯୯୫) ଜଣେ ଓଡ଼ିଆ ଆଲବମ୍ ଏବଂ କଥାଚିତ୍ର ଅଭିନେତ୍ରୀ, ଯିଏକି ଓଡ଼ିଆ କଥାଚିତ୍ର ଜଗତରେ ବ‌ବ୍‌ଲି ନାମରେ ଜଣାଶୁଣା । ସେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ସେ ଓଡ଼ିଆ ଆଲବମ୍‌ରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୯ରେ ଓଡ଼ିଆ କଥାଚିତ୍ର କେଉଁ ଦୁନିଆରୁ ଆସିଲ ବନ୍ଧୁ କଥାଚିତ୍ରରେ ଏକ ସ‌ହକାରୀ ଭୂମିକାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । । ୨୦୧୦ରେ ଆଖି ପଲକରେ ତୁ ଚଳଚ୍ଚିତ୍ରରେ ବବ୍‌ଲି ନାୟିକା ଭାବରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଅଭିପ୍ସାଙ୍କ ଜନ୍ମ ମୟୂରଭଞ୍ଜର ବାରିପଦାରେ ଫେବୃୟାରୀ ୮ରେ ହୋଇଥିଲା ।ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । ଘରେ ସାନ ଥିବାରୁ ତାଙ୍କ ନାମ ତାଙ୍କ ମାଆ ପ୍ରଥମେ ବାର୍ବି ରଖିଥିଲେ ହେଲେ ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କଦ୍ୱାରା ଏହି ନାମ ପରିବର୍ତ୍ତୀତ ହୋଇ ବବ୍‌ଲିରେ ପରିଣତ ହୋଇଥିଲା । ନିଜର ମାଆଙ୍କୁ ନିଜର ଆଦର୍ଶ ଓ ପ୍ରେରଣା ଭାବେ ମାନୁଥିବା ବବ୍‌ଲି ଛୋଟବେଳୁ ନୃତ୍ୟପ୍ରତି ଆକର୍ଷିତ ଥିଲେ । ୨୦୧୧ମସିହାରେ ବବ୍‌ଲି ବାରିପଦାର ଏମ୍.କେ.ସି ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ । ଏହାପରେ ସେ ୨୦୧୩ରେ ସେ ବାରିପଦାର ଏମ୍.ପି.ସେ ଜୁନିଅର କଲେଜରୁ ଦ୍ୱାଦଶ ପାସ୍ କରିଥିଲେ ।

ବବ୍‌ଲି ୨୦୧୫ରେ କଥାଚିତ୍ର ପ୍ରଯୋଜକ ରାଜେଶ ମଲ୍ଲିକଙ୍କୁ ବିବାହ କରିଥିଲେ ।

କଥାଚିତ୍ର ଜୀବନ

ବବ୍‌ଲି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ଓଡ଼ିଆ ଆଲବମ୍ ନିର୍ଦେଶକଙ୍କ କଥାରେ ଆଲବମ୍ ଜଗତରେ ପ୍ରବେଶ କରିଥିଲେ । ତାଙ୍କ ଅଭିନୀତ ଓଡ଼ିଆ ଅଲବମ୍ 'ସାଧବ ବୋହୁ' ସବୁ ଓଡ଼ିଆଙ୍କ ପାଖରେ ବେଶ୍ ଆଦୃତ ହୋଇଥିଲା ।

୨୦୦୯ ମସିହାରେ ତାଙ୍କୁ କେଉଁ ଦୁନିଆରୁ ଆସିଲ ବନ୍ଧୁ ଚଳଚ୍ଚିତ୍ରରେ ଏକ ସ‌ହକାରୀ ଭୂମିକା ମିଳିଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଅଭିନୟ କରିଥିଲେ । ବବ୍‌ଲି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବନ୍ଧୁ ଭାବରେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୦ରେ ବବ୍‌ଲି ନାୟକ ସବ୍ୟସାଚୀ ମିଶ୍ରଙ୍କ ସ‌ହ ଆଖି ପଲକରେ ତୁ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ପାଇଁ ବବ୍‌ଲିଙ୍କୁ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରଧାନ । ଏହି କଥାଚିତ୍ରରେ ହିନ୍ଦୀ ତ‌ଥା ଦକ୍ଷିଣ ଭାରତର ପ୍ରତିଷ୍ଠିତ ଅଭିନେତା ମୁକେଶ ଋଷି ଅଭିନୟ କରିଥିଲେ । ବବି ମିଶ୍ର, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ମିହିର ଦାସ, ଗ୍ଲୋରିଆ ମହାନ୍ତି, ପ୍ରିୟଙ୍କା, ବିଜୟ ମହାନ୍ତି, ହରିହର ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୧ ମସିହାରେ ବବ୍‌ଲି ଓଡ଼ିଆ କଥାଚିତ୍ର ଆଇନ କାନୁନରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟକ ଭାବରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର । ମିହିର ଦାସ, ସମରେଶ ରାଉତରାୟ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୨ରେ ସେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ କଥାଚିତ୍ର ବ୍ୟାଡ଼୍ ଗାର୍ଲରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଲିପି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବବ୍‌ଲି ଜଣେ ସ‌ହକାରୀ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, ସମ୍ବିତ ଆଚାର୍ଯ୍ୟ, ଦିପନ୍, ଅପରାଜିତା ମହାନ୍ତି, ବିଜୟ ମହାନ୍ତି ଆଦି କଳାକାରମାନେ ଅଭିନୟ କରିଥିଲେ ।

ଏହାପରେ ୨୦୧୫ରେ ବବ୍‌ଲି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରଯୋଜିତ କଥାଚିତ୍ର ଅ ଆ ହର୍ଷେଇରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ଶ୍ରୀଜଳା ମଧ୍ୟ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଅର୍ଦ୍ଧେନ୍ଦୁ, ପ୍ରିତୀରାଜ ସତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୫ରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ଗଳ୍ପ ନୁହେଁ ଅଳ୍ପ ଦିନରରେ ବବ୍‌ଲି ଜଣେ ଖଳନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଲିପି, ଜିନା ସାମଲ, ଅଜିତ ଦାସ, ଅନିତା ଦାସ, ଅସୀତ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଟିକେ ଅନାଡ଼ି ପୂରା ଖିଲାଡ଼ିରେ ବବ୍‌ଲି ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଲୋକନାଥ ବାରିକ ଏବଂ ପ୍ରଯୋଜନା କରିଥିଲେ ରବିନ୍‌ ନନ୍ଦ । କାହଣୀ ଅନୁସାରେ ଏହି ଚଳଚ୍ଚିତ୍ରର ନାୟିକା ଡ. ଶାଲିନୀ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଅନ୍ତି ଏବଂ ତାଙ୍କ ପ୍ରେମରେ ଜଣେ ଖଳନାୟକଙ୍କୁ ମଧ୍ୟ ଦେଖାଯାଇଛି । ଏହି କଥାଚିତ୍ରଟିରେ ବବ୍‌ଲିଙ୍କ ସ‌ହ ନାୟକ କରଣ, ରବିନ୍ ନନ୍ଦ ଆଦି ଅଭିନୟ କରିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୦୯ କେଉଁ ଦୁନିଆରୁ ଆସିଲ ବନ୍ଧୁ ସଞ୍ଜୟ ନାୟକ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ
୨୦୧୦ ଆଖି ପଲକରେ ତୁ ରବିନ୍ଦ୍ର ପ୍ରଧାନ ମାମା ନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ
୨୦୧୧ ଆଇନ କାନୁନ ଏସ୍ ଶଙ୍କର
୨୦୧୨ ବ୍ୟାଡ଼୍ ଗାର୍ଲ ଜୟ ପ୍ରକାଶ ମହାନ୍ତି ପ୍ରଗଳ୍ଭା
୨୦୧୫ ଅ ଆ ହର୍ଷେଇ ଏନ୍. ପାଢ଼ୀ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର ରିତେଶ ନାୟକ ଖଳନାୟିକା
୨୦୧୭ ଟିକେ ଅନାଡ଼ି ପୂରା ଖିଲାଡ଼ି ଲୋକନାଥ ବାରିକ ଡ. ଶାଲିନୀ ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ କଥାଚିତ୍ର

ଆଧାର

ବାହାର ଆଧାର

ବବ୍‌ଲି (ଇଣ୍ଟରନେଟ ମୁଭି ଡାଟାବେସରେ)